ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୧୫ ତାରିଖରୁ ରାଜ୍ୟ ସରକାରଙ୍କ ଦ୍ଵାରା ବନ୍ଦ କରାଯାଇଥିବା ରାଜ୍ୟର ଐତିହ୍ୟସ୍ଥଳୀଗୁଡ଼ିକ ଜୁନ୍ ୧୬ ତାରିଖରୁ ଖୋଲିବାକୁ ଯାଉଛି । ଏନେଇ ନେଇ ASI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ କରୋନା କଟକଣାକୁ କଡ଼ା କଡି ଭାବେ ପାଳନ କରାଯାଇ ଐତିହସ୍ଥଳୀଗୁଡ଼ିକୁ ଖୋଲା ଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପର୍ଯ୍ୟଟକଙ୍କ ଆଗମନ ଦେଖି ନିର୍ଦ୍ଦିଷ୍ଟ ଏସ୍ଓପି ମଧ୍ୟ ପାଳନ କରାଯିବ ।
ଅନ୍ୟପଟେ ରାଜ୍ୟରେ ସଂକ୍ରମଣରେ ରୋକ ଲଗାଇବା ପାଇଁ ଜାରି କରାଯାଇଥିବା ଲକଡାଉନ୍, ସଟଡାଉନର ସୁପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।