ସନଷ୍ଟାର ଟିଭି ବ୍ୟୁରୋ
ନୀଳଗିରି: କରୋନା ଟିକା ସୃଷ୍ଟି କରୁଛି ଚୁମ୍ୱକ ମଣିଷ । କରୋନା ଟିକା ନେବା ପରେ ଦେହରେ ଲାଗିଯାଉଛି ଷ୍ଟିଲ । ଜଣଙ୍କର ନୁହେଁ ଏହିପରି ଏକାଧିକ କେସ ସାମ୍ନାକୁ ଆସିଲା ପରେ ଏହି ଅବିଶ୍ୱାସକର କଥାକୁ ବିଶ୍ୱାସ କରିବାକୁ ବାଧ୍ୟ ହେଉଛି ମଣିଷ । କରୋନା ଟିକା ନେବା ପରେ ଶରୀରରେ ସୃଷ୍ଟି ହୋଇଛି ଚୁମ୍ବକୀୟ ଶକ୍ତି । ଦେହରେ ଲାଖି ଯାଉଛି ଷ୍ଟିଲ୍ ଓ ଧାତବ ଜିନିଷ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମଲିଆଣି ଗାଁରେ ରାଜେନ୍ଦ୍ର ମହାପାତ୍ର, ତାଙ୍କ ଭଉଣୀ ସଂଯୁକ୍ତା ଓ ଅଙ୍ଗନବାଡି କର୍ମୀ ସବିତା ସମେତ ୪ ଜଣଙ୍କ ଦେହରେ ଓ ନାସିକ ସହରର ଶିବାଜୀ ଚୌକ ଅଞ୍ଚଳରେ ରହୁଥିବା ୭୧ ବର୍ଷୀୟ ଅରବିନ୍ଦ ଜଗନ୍ନାଥ ସୋନାର ଏଭଳି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ତେବେ ଏହି ଘଟଣା ପ୍ରଚାର ହେବା ପରେ ରାଜେନ୍ଦ୍ରଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। ସେପଟେ ଟିକା ନେବା ପରେ ଏଭଳି ପାର୍ଶ୍ଵ ପ୍ରତିକ୍ରିୟା ଘଟିଥିବାରୁ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଏହି ଘଟଣାର ବିଶେଷଜ୍ଞ ଟିମ୍ ଯାଞ୍ଚ୍ କରନ୍ତୁ ବୋଲି ସର୍ବ ସାଧାରଣରେ ଦାବି ହୋଇଛି ।