ସନଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଜେଲରୁ ଘରକୁ ଫେରିଛନ୍ତି । ପ୍ରାୟ ଛଅ ମାସ ଝାରପଡା ଜେଲରେ ରହିବା ପରେ ଆଜି ସେ ବାହାରକୁ ବାହାରିଛନ୍ତି । । ତେବେ ଆଜି ସେ ଜେଲରୁ ମୁକୁଳିବା ସମୟରେ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ରହିଥିବା ଦେଖିବାକୁ ମିଳିଥିଲା । ଗତକାଲି ହାଇକୋର୍ଟ 28 ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତ୍ତମୂଳକ ବେଲ୍ ପ୍ରଦାନ କରିଥିଲା । ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ମାମଲା ସମେତ ୫ଟି ମାମଲାରେ ଜାମିନ ପାଇସାରିଥିଲେ ।
ସୂଚନାଯୋଗ୍ୟ, ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ୨୦୨୦ ଡିସେମ୍ବର ୩ରେ ଗିରଫ କରିଥିଲା । ଦଫା ୪୧୯, ୪୨୦, ୪୬୭, ୪୬୮,୪୬୯, ୪୭୧, ୧୨୦ ‘ବି’ ରେ ମାମଲା ରୁଜୁ କରାଯାଇଥିଲା । ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇ ପ୍ରଦୀପଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା । ଠକେଇ, ଜାଲିଆତି, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଗତକାଲି ଜାମିନ ପାଇବା ପରେ ଆଜି ସେ ଜେଲରୁ ବାହାରିଛନ୍ତି ।