ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଶତକ ଛୁଇଁଥିବା ବେଳେ ଏବେ ଡିଜେଲ ଦର ମଧ୍ୟ ଶହେ ଛୁଇଁଛି । ରାଜସ୍ଥାନରେ ଡିଜେଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି ।ଶ୍ରୀ ନଗଗରେ ମଧ୍ୟ ଡିଜେଲ ଦର ଶହେ ଛୁଇଁଛି । ତେବେ ଆଜି ପେଟ୍ରୋଲ ଲିଟର ପିଛିା ୨୭ ପଇସା ଓ ଡିଜେଲ ୨୩ ପଇସା ବୃଦ୍ଧି କରାଯାଇଛି । ଏଭଳି ବୃଦ୍ଧି ପରେ ପେଟ୍ରାଲ ୯୬.୧୨ ଟଙ୍କା ଓ ଡିଜେଲ ୮୬.୯୮ ଟଙ୍କାକୁ ବୃଦ୍ଧି ପାଇଛି ।
ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଏହି ଭଳି ରହିଛି । ଦିଲ୍ଲୀରେ ପେଟ୍ରୋଲ ୯୬.୧୨ ଓ ଡିଜେଲ ଲିଟର ପିଛା ୮୬.୯୮ ଟଙ୍କା ରହିଛି । କୋଲକତାରେ ପେଟୋଲ ଲିଟର ପିଛା ୯୬.୦୬ ଓ ଡିଜେଲ ୮୯.୮୩ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୨.୩୦ ଓ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା ରହିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୭.୪୩ ରହିଥିବା ବେଳେ ଡିଜେଲ ୯୧.୬୪ ଟଙ୍କା ରହିଛି । ଜୟପୁର ପେଟ୍ରୋଲ ୧୦୨.୭୩ ଓ ଡିଜେଲ ୯୫.୯୨ ଟଙ୍କା । ଭୋପାଳ ସର୍ବାଧିକ ପେଟ୍ରୋଲ ଲିଟର ପିଛା ୧୦୪.୨୯ ଟଙ୍କା ବିକ୍ରି ହେଉଥିବା ବେଳେ ଡିଜେଲ ୯୫.୬୦ ଟଙ୍କା ରହିଛି । ନୋଏଡାରେ ପେଟ୍ରୋଲ ଲିଟର ପିଛା ୯୩.୪୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୭.୪୬ ଟଙ୍କା ରହିଛି ।