ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ୪ହଜାର ୮୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨ହଜାର ୭୬୫ ଜଣ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୮୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ୧୫ଟି ଜିଲ୍ଲାରେ ଶହେ ଉପରେ କରୋନା ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୫୦୫, ଯାଜପୁରରୁ ୩୮୨, ବାଲେଶ୍ବରରୁ ୩୬୪, କେନ୍ଦ୍ରାପଡାରୁ ୨୮୭, ଅନୁଗୁଳରୁ ୨୭୫, ପୁରୀରୁ ୨୩୭, ଭଦ୍ରକରୁ ୨୨୨, ମୟୂରଭଞ୍ଜରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୮୦, ସୁନ୍ଦରଗଡ଼ରୁ ୧୫୭, ଢେଙ୍କାନାଳରୁ ୧୫୦, ନୟାଗଡ଼ରୁ ୧୩୬, ନବରଙ୍ଗପୁରରୁ ୧୦୮, ରାୟଗଡ଼ାରୁ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୯୮, କେନ୍ଦୁଝରରୁ ୯୬, ମାଲକାନଗିରିରୁ ୮୯, କୋରାପୁଟରୁ ୮୮, କନ୍ଧମାଳରୁ ୮୩, ବରଗଡ଼ରୁ ୬୧, କଳାହାଣ୍ଡିରୁ ୬୦, ବୌଦ୍ଧରୁ ୫୭, ଗଜପତିରୁ ୪୮, ସମ୍ବଲପୁରରୁ ୪୧, ଗଞ୍ଜାମରୁ ୪୦, ସୋନପୁରରୁ ୩୫, ବଲାଙ୍ଗୀରରୁ ୩୧, ନୂଆପଡାରୁ ୨୨, ଦେବଗଡ଼ରୁ ୨୦, ଜଗତସିଂହପୁରରୁ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୬୭ହଜାର ୧୨୨ ଟେଷ୍ଟିଂ ହୋଇଛି ।