ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଳ୍ଲୀ: 12ରୁ 17 ବର୍ଷର ଶିଶୁଙ୍କ ଉପରେ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ, ଆମେରିକା (FDA) କୁ ଅନୁମତି ମାଗିଛି ମଡର୍ଣ୍ଣା । ଯଦି ଏଫଡିଏ ପକ୍ଷରୁ ମଡର୍ଣ୍ଣାକୁ ଅନୁମତି ମିଳେ ତେବେ 12ରୁ 17 ବର୍ଷର ଶିଶୁଙ୍କ ପାଇଁ ଅନେକ ଟିକା ମିଳିପାରିବ । ଏହାପୂର୍ବରୁ ଡିସେମ୍ବର ୨୦୨୦ରେ ଏଫ୍ଡିଏ ଏହି ଟିକାକୁ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବା ପାଇଁ ମଞ୍ଜୁରୀ ଦେଇଥିଲା ।
ମଡର୍ଣ୍ଣାର ସିଇଓ ଷ୍ଟିଫେନ ବାନସେଲ୍ ପ୍ରେସ୍ ରିଲିଜ ଜରିଆରେ ମଡର୍ଣ୍ଣା ଟିକାର ବ୍ୟବହାର ପାଇଁ ଏଫଡିଏକୁ ଅନୁମତି ମାଗିଥିବା ଥିବା ପ୍ରକାଶ କରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ଶିଶୁମାନଙ୍କଠାରେ କୋଭିଡ-୧୯ ଏବଂ SARS-CoV-2 ସଂକ୍ରମଣକୁ ରୋକିବା ପାଇଁ ମଡର୍ଣ୍ଣା ଏକ ଅତ୍ୟନ୍ତ ପ୍ରଭାବଶାଳୀ କୋଭିଡ ଟିକା । ଯାହାଦ୍ୱାରା ପିଲାମାନଙ୍କୁ ଟୀକାକରଣ କରାଯାଇପାରିବ । କୋଭିଡ-୧୯ ମହାମାରୀକୁ ସମାପ୍ତ କରିବାକୁ ଏହା ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।