ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୨୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯୫୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୨୭୮ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ରାଜ୍ୟର ୧୮ ଜିଲ୍ଲାରୁ ୧୦୦ ଉପରେ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୨ ଟି ଜିଲ୍ଲାରେ ୧୦୦ ତଳେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୋଲରୁ ୧୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୨୬ ଜଣ, କଟକରୁ ୫୫୭ ଜଣ, ଯାଜପୁରରୁ ୩୯୪ ଜଣ, ବାଲେଶ୍ବରରୁ ୩୨୦ ଜଣ,ମୟୂରଭଞ୍ଜରୁ ୨୮୫ ଜଣ, ଅନୁଗୁଳରୁ ୨୭୭ ଜଣ, ସୁନ୍ଦରଗଡ଼ରୁ ୨୫୧ ଜଣ,କେନ୍ଦ୍ରାପଡ଼ାରୁ ୨୩୭ ଜଣ, ପୁରୀରୁ ୨୩୪ ଜଣ, ଭଦ୍ରକରୁ ୨୧୭ ଜଣ, ନବରଙ୍ଗପୁରରୁ ୧୮୬ ଜଣ,ଜଗତସିଂହପୁରରୁ ୪୮ ଜଣ, ଢ଼େଙ୍କାନାଳରୁ ୧୩୭ ଜଣ, ନୟାଗଡ଼ରୁ ୧୩୨ ଜଣ, ରାୟଗଡ଼ାରୁ ୧୨୯ ଜଣ, କୋରାପୁଟରୁ ୧୨୭ ଜଣ,ବରଗଡ଼ରୁ ୧୧୮ ଜଣ,କେନ୍ଦୁଝରରୁ ୧୧୫ ଜଣ,ବୌଦ୍ଧରୁ ୮୩ ଜଣ, ଗଞ୍ଜାମରୁ ୭୭ ଜଣ, ସମ୍ବଲପୁରରୁ ୬୬ ଜଣ, ମାଲକାନଗିରିରୁ ୫୮ ଜଣ,କଳାହାଣ୍ଡିରୁ ୪୮ ଜଣ,ବଲାଙ୍ଗୀରରୁ ୪୧ ଜଣ, କନ୍ଧମାଳରୁ ୩୭ ଜଣ, ସୋନପୁରରୁ ୩୪ ଜଣ,ଝାରସୁଗୁଡ଼ାରୁ ୨୭ ଜଣ,ଗଜପତିରୁ ୨୩ ଜଣ,ଦେବଗଡ଼ରୁ ୧୪ ଜଣ, ନୂଆପଡ଼ାରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି ।