ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଗକୁ ରଜ ଆସୁଥିବାରୁ ଅମାନିଆ ମାନଙ୍କ ଲୁଚାଛପା ବ୍ୟବସାୟୀକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଆଜି ପ୍ରେସମିଟ ଡକାଇ ସେମାନଙ୍କୁ ଚେତାବନୀ ଦେଇଛନ୍ତି । କରୋନା ଗାଇଡଲାଇନକୁ ନ ପାଳନ କରାଗଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୋଲିସ ସୌମେନ୍ଦ୍ର ସୂଚନା ଦେଇଛନ୍ତି ।ସେମାନଙ୍କ ଦୋକାନ ସିଲ କରାଯାଇ ଜରିମାନା ଆଦାୟ କରାଯିବା ସହିତ ଆବଶ୍ୟକ ପଡିଲେ ଦୋକାନୀକୁ ଗିରଫ କରାଯିବ ବୋଲି କୁହାଯାଇଛି ।