ସନଷ୍ଟାର ଟିଭି ବ୍ୟୁରୋ
ଦକ୍ଷିଣା ଆଫ୍ରିକା: ଜାଆଁଳା ଶିଶୁ ଜନ୍ମ ହେବା ସ୍ବଭାବିକ କଥା ମାତ୍ର ଏକା ସାଙ୍ଗରେ 10 ଟି ଶିଶୁକୁ ଜନ୍ମ ଦେବା ନିହାତି ଆଶ୍ଚର୍ଯ୍ୟକର ଘଟଣା । ଏହାକୁ ଅନେକ ଲୋକ ବିଶ୍ବାସ କରିବା ବି କଷ୍ଟକର । କିନ୍ତୁ ଏପରି ଏକ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାରେ ।ଦକ୍ଷିଣା ଆଫ୍ରିକାରେ ବାସ କରୁଥିବା ଗୋସିଆମି ଥାମରା ସାଇଥୋଲ୍ (Gosiame Thamara Sithole) ନାମକ ଜଣେ ମହିଳା ଏକାସାଙ୍ଗରେ 10ଟି ଶିଶୁକୁ ଜନ୍ମ ଦେଇଥିବା କଥା ସେ ଦାବି କରିଛନ୍ତି । ସେଥିମଧ୍ୟରୁ 7 ଟି ପୁତ୍ର ସନ୍ତାନ ହୋଇଥିବା ବେଳେ 3 ଟି କନ୍ୟା ସନ୍ତାନ ରହିଛନ୍ତି । ତେବେ ଯଦି ଏହି ଖବର ସତ୍ୟ ପ୍ରମାଣିତ ହୁଏ ତେବେ 9ଟି ସନ୍ତାନ ଜନ୍ମ କରି ଓ୍ବାର୍ଲ୍ଡ ରେକର୍ଡ କରିଥିବା ଗୁଇନେସ୍(Guinness)ଙ୍କ ରେକର୍ଡ ଭାଙ୍ଗି ଯିବ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୭ ବର୍ଷୀୟା ସାଇଥୋଲ ଏକାସାଙ୍ଗରେ ସାତଟି ପୁଅ ଓ ତିନୋଟି ଝିଅ ଜନ୍ମ ଦେଇଛନ୍ତି । ଗର୍ଭାବସ୍ଥାରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ୬ ଟି ସନ୍ତାନ ଥାଇପାରେ, କିନ୍ତୁ ଯେତେବେଳେ ଗୋସିଆମିଙ୍କ ଅପରେସନ୍ ୭ ଜୁନରେ କରାଯାଇଥିଲା, ସେତେବେଳେ ସେ ୧୦ ଟି ସନ୍ତାନ ଜନ୍ମ ଦେଇଥିଲେ ଓ ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ବୋଲି ଗଣ ମାଧ୍ୟମରେ ପ୍ରକାଶ ପାଇଛି ।