ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟର 30ଟି ଜିଲ୍ଲାର 258ଟି ବିଦ୍ୟାଳୟରେ ଆଇବିଏମ ଷ୍ଟେମ ସୁବିଧାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗତକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ । ଏହି ତାଲିମ କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ୫୧୫ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ରାଜ୍ୟର ଶିକ୍ଷା ନିତୀ ଉପରେ ଖୁସି ପ୍ରକାଶ କରିଛନ୍ତି ଓ ଏହି କାର୍ଯ୍ୟକ୍ରମ ଦ୍ବାରା ବିଦ୍ୟାଳୟର ଛାତ୍ରୀମାନେ ଡିଜିଟାଲ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତର ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ । IBM ଷ୍ଟେମ ସୁବିଧା ଥିବା ବିଦ୍ୟାଳୟଗୁଡିକ ଏକବିଂଶ ଶତାଦ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ରାଜ୍ୟର ଅନ୍ୟ ବିଦ୍ୟାଳୟ ପାଇଁ ରୋଲ ମଡେଲ ସାଜିବ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ଆଇବିଏମ ଏବଂ ଏହାର ସହଯୋଗୀ ତଥା ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ । ଫଳସୂରୁପ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।