ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଡ୍ରଗ୍ସ କାରବାରରେ ରୋକ ଲଗାଇବାରେ ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଚେଷ୍ଟା କରିଚାଲିଛି । ରାଜ୍ୟରେ ନିଶା କାରବାର ରୋକିବାରେ ଏସଟିଏଫ୍ର ପ୍ରମୁଖ ଭୂମିକା ଥିବା କହି ଏହାର ପ୍ରଶଂସା କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ଏକ ପ୍ରେସ୍ ମିଟ୍ରେ ଡିଜିପି କହିଛନ୍ତି, ଏସ୍ଟିଏଫ୍କୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ରାଜ୍ୟରେ ଡ୍ରଗ୍ସ କାରବାର ରୋକିବାକୁ ଏସଟିଏଫ୍ରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଏଥିଲାଗି ଜଣେ ଏସପି, ୩ ଡିଏସପି ସହ ୨୭ଟି ନୂଆ ପଦବୀକୁ ମଞ୍ଜୁରୀ ମିଳିଛି । ଏହା ଡ୍ରଗ୍ସ କାରବାର ରୋକିବାରେ ସହାୟକ ହେବ । ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।