ସନଷ୍ଟାର ଟିଭି ବ୍ୟୁରୋ
ଆଗ୍ରା: ମକ୍ ଡ୍ରିଲ ନାମରେ ଅମ୍ଳଜାନ ଯୋଗାଣକୁ ବନ୍ଦ କରି ୫ ମିନିଟରେ ନେଇଗଲେ ୨୨ ଜଣଙ୍କ ଜୀବନ । ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଖୋଦ୍ ହସ୍ପିଟାଲ ମାଲିକ । ଏକ ପ୍ରମୁଖ ଘରୋଇ ହସ୍ପିଟାଲର ମାଲିକ ଏପ୍ରିଲ ୨୭ରେ ଏକ ମକ୍ ଡ୍ରିଲ ନାମରେ ଅକ୍ସିଜେନ୍ ଯୋଗାଣକୁ ବନ୍ଦ କରିଦେଇଥିବା ଭିଡିଓ ଓ ଅଡିଓ ଭାଇରାଲ ହେବା ପରେ ଉତ୍ତର ପ୍ରଦେଶ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସେ ଭିଡ଼ିଓରେ କୁହା ଯାଇଛି ଯେ, “ଆମକୁ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ମଧ୍ୟ ଅମ୍ଳଜାନ ପାଇପାରିବେ ନାହିଁ, ତେଣୁ ରୋଗୀମାନଙ୍କୁ ଡିସଚାର୍ଜ କରିବା ଆରମ୍ଭ କର । ଆମେ ପରିବାର ଲୋକଙ୍କୁ ପରାମର୍ଶ ଦେବା ଆରମ୍ଭ କରିଥିଲୁ । କେତେକ ଶୁଣିବାକୁ ଇଚ୍ଛୁକ ଥିଲେ କିନ୍ତୁ ଅନ୍ୟମାନେ କହିଥିଲେ ଯେ, ସେମାନେ ଯିବେ ନାହିଁ । ମୁଁ କହିଲି ଠିକ ଅଛି ଚାଲ ଏକ ମକ୍ ଡ୍ରିଲ୍ କରିବା । କିଏ ମରିବ ଏବଂ କିଏ ବଞ୍ଚିବ ଆମେ ଖୋଜିବୁ। ତେଣୁ ଆମେ ସକାଳ ୭ଟାରେ ଏକ ମକ୍ ଡ୍ରିଲ୍ କରିଥିଲୁ । ଏହା ବିଷୟରେ କେହି ଜାଣନ୍ତି ନାହିଁ । ତା’ପରେ ଆମେ ୨୨ ରୋଗୀଙ୍କୁ ଚିହ୍ନଟ କଲୁ। ଆମେ ଜାଣିଲୁ ସେମାନେ ମରିବେ। ଏହା ୫ ମିନିଟ୍ ପାଇଁ କରାଯାଇଥିଲା। ସେମାନେ ନୀଳ ପଡିବା ଆରମ୍ଭ କଲେ।” ଏହି ସ୍ୱର ପାରାସ୍ ହସ୍ପିଟାଲ (Paras Hospital) ର ମାଲିକ ଅରିଞ୍ଜୟ ଜୈନ ଅଟେ ।ମାତ୍ର ୧.୩୨ ମିନିଟର ଭିଡିଓ-ଅଡିଓ କ୍ଲିପରେ ଏହି ଜଘନ୍ୟ ଅପରାଧ କୁ ସେ ଅତି ସହଜରେ କହୁଥିବା ଶୁଣିବାକୁ ମିଳିଛି ।
ଏହି ଅଡିଓ କ୍ଲିପ୍ ବହୁ ମାତ୍ରା ରେ ଭାଇରାଲ୍ ହେବାରେ ଲାଗିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭଦ୍ରା ଗାନ୍ଧୀ ମଧ୍ଯ ଟୁଇରରେ ଏହାକୁ ସେୟାର କରିବା ସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।