ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡ଼ା: ବାତ୍ୟା ‘ୟାସ’ର ପ୍ରଭାବରେ କେନ୍ଦ୍ରାପଡାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ । ଏହି ଟିମ ପ୍ରଥମେ ରାଜକନିକାର ଭରିଗଦା ପଞ୍ଚାୟତ ଗସ୍ତ କରି ପନି ପରିବା ଚାଷ ନଷ୍ଟ ହୋଇଥିବା ଅଞ୍ଚଳ ବୁଲି ଦେଖିଛନ୍ତି । ଏହାସହ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ଏହି ଟିମ ରାଜନଗର ବ୍ଲକ ଗସ୍ତ କରି ଖୋଳା ନଳିତା ପାଟିଆ ରାସ୍ତା, ବରାଡ଼ିଆରେ କ୍ଷତି ଗ୍ରସ୍ତ ହୋଇଥିବା ବିଦ୍ୟୁତ ବିଭାଗର ଷ୍ଟ୍ରକଚର, ତାଳଚୁଆ ଲୁଣା ଘେରିବନ୍ଧ ଆଦି ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ସେହିପରି ଭିତର କନିକାରେ ଥିବା ଅରଣ୍ୟ ନିବାସରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ ।
ତେବେ ଆଉ ଏକ କେନ୍ଦ୍ରୀୟ ଟିମ ମୟୂରଭଞ୍ଜ ଜିଲ୍ଲାରେ ଗସ୍ତ କରିଛି । ଏହି ଟିମ୍ ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକର କୁଆମରା, ଖୁଣ୍ଟା ବ୍ଲକର ବିଶିପୁର ଓ ଉଦଳା ବ୍ଲକର ଦୂତିକାଦେଇପୁର ଯାଇ କ୍ଷୟକ୍ଷତି ଆକଳନ କରିବେ ।