ସନଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର: ଜଗତସିଂହପୁରରେ ଆରମ୍ଭ ହେଲା ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ୍ ୧୮ରୁ ୪୪ବର୍ଷ ବୟସ୍କଙ୍କ ଟୀକାକରଣ । ଜିଲ୍ଲା ସଦର ମହକୁମା ଠାରେ ସୋମବାର ଠାରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ଜଗସିଂହପୁରରେ ସୋମବାରଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟୀକାକରଣକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି । ପୂର୍ବରୁ ଜିଲ୍ଲାରେ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଉଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଜଗତସିଂହପୁର ସହରର ତିନିଟି ସ୍ଥାନରେ ୧୮ରୁ୪୪ ବର୍ଷ ବୟସ୍କଙ୍କୁ ପ୍ରଥମ ଥର ପାଇଁ ଟୀକକରଣ କରାଯିବ । ଯେଉଁମାନେ ସ୍ଲଟ୍ ବୁକ୍ କରିଛନ୍ତି ସେମାନେ ଟିକା ନେଇପାରିବେ