ସନଷ୍ଟାର ଟିଭି ବ୍ୟୁରୋ
ବଲାଙ୍ଗୀର : ଆଜିଠାରୁ ବଲାଙ୍ଗୀର ପୌରାଞ୍ଚଳରେ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବର୍ଗୀୟଙ୍କ କରୋନା ଟିକାକରଣ । ବଲାଙ୍ଗିର ଜିଲ୍ଲାର ସରକାରୀ ବାଳକ ବିଦ୍ୟାଳୟ, ଜେଆଇଟିଏମ, କନ୍ଦମପଡା ଶିଶୁ ମନ୍ଦିର, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଏହି ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି ।
ତେବେ ପ୍ରତିଦିନ ୨ ହଜାର ଲୋକଙ୍କୁ ଟୀକା ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଟୀକାକରଣ ନିମନ୍ତେ ସ୍ଲଟ ବୁକ୍ କରିବା ପାଇଁ ଗତକାଲି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରି ସୂଚନା ଦେଇଥିଲେ ।