ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ଦ୍ଵାଦଶ ବୋର୍ଡ ପରୀକ୍ଷା କୁ ବାତିଲ କରାଯାଇଛି । ତେବେ ପିଲାଙ୍କ ଭବିଷ୍ୟତ ପାଇଁ ସଠିକ୍ ମୂଲ୍ୟାଙ୍କନ ହେବା ନିହାତି ଜରୁରୀ। ଯେଉଁଥିପାଇଁ ରାଜ୍ୟ ସରକାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)ର ଯୁକ୍ତ ଦୁଇ ମୂଲ୍ୟାୟନ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ସିବିଏସ୍ଇ ଓ ଆଇସିଏସ୍ଇ ଭଳି ସମାନ ସମୟରେ ଫଳ ପ୍ରକାଶ କରିବାକୁ ପଡିବ । ସିବିଏସ୍ଇ ୧୫ ଦିନ ସମୟ ନେଇଥିବା ବେଳେ ସିଏଚ୍ଏସ୍ଇ ୧୦ ଦିନ ମଧ୍ୟରେ କେମିତି ମୂଲ୍ୟାୟନ ହେବ ତାହା ଚୂଡାନ୍ତ କରିବ । ଆଜି ପରିଷଦ କାର୍ଯ୍ୟାଳୟରେ ୧୪ଜଣିଆ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।