ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଦ୍ଵାଦଶ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଏହାର ମୂଲ୍ୟାଙ୍କନ ପାଇଁ ରାଜ୍ୟ ସରକାର 15 ଦିନ ମଧ୍ୟରେ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍ ଗଠନ ହେବ ବୋଲି ସେ କହିଛନ୍ତି । ତେବେ ଏହି କମିଟି CBSE ମେଥର୍ଡକୁ ଅନୁଧ୍ୟାନ କରି ତର୍ଜମା କରିବେ । ପରେ କେଉଁ ଆଧାରରେ ମାର୍କ ଦିଆଯିବ ସେନେଇ ନିଷ୍ପତ୍ତି ନିଆଯିବ । ଡେଡ଼ ଲାଇନ ଅନୁସାରେ ଫଳ ପ୍ରକାଶ କରାଯିବ । ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ ସେହି ସମୟରେ ରାଜ୍ୟରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସମୀର ଦାସ କହିଛନ୍ତି ।
ରାଜ୍ୟର ଛାତ୍ର ଛାତ୍ରୀମାନେ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯିବା ସହ । କମିଟରେ କିଏ ରହିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।