ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମେ ମାସରେ ପିକ୍ ଛୁଇଁବା ପରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୩୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୪୧୬୯ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ୩୨୨୬ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୦୬ ହଜାର ୯୪ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ଖୋର୍ଦ୍ଧାରେ ଏକ ହଜାର ଉପରେ ରହିଛି କରୋନା ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧାରୁ ୧୦୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୬୮ ଜଣ, ଯାଜପୁରରୁ ୫୧୬ ଜଣ, ଅନୁଗୁଳରୁ ୪୪୩ ଜଣ,ମୟୂରଭଞ୍ଜରୁ ୩୮୪ ଜଣ, ପୁରୀରୁ ୩୫୬ ଜଣ,କେନ୍ଦ୍ରାପଡ଼ାରୁ ୩୪୧ ଜଣ,ଜଗତସିଂହପୁରରୁ ୨୮୮ ଜଣ,ବାଲେଶ୍ବରରୁ ୨୮୫ ଜଣ, ସୁନ୍ଦରଗଡ଼ରୁ ୨୬୭ ଜଣ, ନୟାଗଡ଼ରୁ ୨୪୩ ଜଣ, ଭଦ୍ରକରୁ ୨୩୮ ଜଣ, ନବରଙ୍ଗପୁରରୁ ୧୯୬ ଜଣ,ବରଗଡ଼ରୁ ୧୭୭ ଜଣ, କଳହାଣ୍ଡିରୁ ୧୬୬ ଜଣ, କୋରାପୁଟରୁ ୧୬୧ ଜଣ,କେନ୍ଦୁଝରରୁ ୧୫୮ ଜଣ, ସମ୍ବଲପୁରରୁ ୧୩୭ ଜଣ,ବୌଦ୍ଧରୁ ୧୩୩ ଜଣ, ରାୟଗଡ଼ାରୁ ୧୨୫ ଜଣ,ମାଲକାନଗିରିରୁ ୧୧୦ ଜଣ, ସୋନପୁରରୁ ୯୧ ଜଣ, ବଲାଙ୍ଗୀର ଓ ଢ଼େଙ୍କାନାଳ ଜିଲ୍ଲାରୁ ୮୧ ଜଣ ଲେଖାଏଁ, କନ୍ଧମାଳରୁ ୭୬ ଜଣ,ଗଞ୍ଜାମରୁ ୬୯ ଜଣ, ଝାରସୁଗୁଡ଼ାରୁ ୬୬ ଜଣ, ଦେବଗଡ଼ରୁ ୫୭ ଜଣ, ନୂଆପଡ଼ାରୁ ୨୨ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।