ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସୋସିଆଲ ମିଡିଆ ନିଜ ରାଗ ଦେଖାଉଛି । ସୋସିଆଲ ମିଡିଆ କମ୍ପାନୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ 2 ବର୍ଷ ଯାଏ ଫେସବୁକ୍ ଆକାଉଣ୍ଟକୁ ରଦ୍ଧ କରିଛି । ଅର୍ଥାତ୍ 2023 ଯାଏ ଡୋନାଲ୍ଡ ଟ୍ରମ୍ପ ନିଜର ଫେସବୁକ୍ ଆକାଉଣ୍ଟ ବ୍ୟବାହର କରିପାରିବେ ନାହିଁ ।
ଫେସବୁକର ସୂଚନା ଅନୁଯାୟୀ, ପ୍ରଥମ ଥର ଟ୍ରମ୍ପଙ୍କ ଆକାଉଣ୍ଟ ଆମେରିକାର କ୍ୟାପିଟାଲରେ ଦଙ୍ଗା ହୋଇଥିବା ସମୟରେ ଅର୍ଥାତ୍ 7 ଜାନୁଆରୀରେ ବନ୍ଦ କରାଯାଇଥିଲା । କାରଣ ସୋସିଆଲ୍ ମିଡିଆ ସାହାଯ୍ୟରେ ଏହି ଦଙ୍ଗାକୁ ଟ୍ରମ୍ପ ବଢାଉଥିବା ନଜର ଆସିଥିଲା । ତେବେ ଟ୍ରମ୍ପ ନିଜ ଆକାଉଣ୍ଟ ବନ୍ଦ ହେବା ପରେ କହିଥିଲେ ଯେ ଏହା ସେମାନଙ୍କ ପ୍ରତି ଅପମାନ ଯେଉଁମାନେ ତାଙ୍କୁ ଭୋଟ୍ ଦେଇଥିଲେ ।