ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ବାରଙ୍ଗ ରେସିଡେନ୍ସିଆଲ ସ୍କୁଲ ଓ ପରେ ପଟିଆ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ତାଙ୍କ ମର ଶରୀରକୁ ନିଆଯିବ । ଏହାପରେ ଶାସ୍ତ୍ରୀ ନଗର ସ୍ଥିତ ବାସଭବନରେ ପରିବାର ଲୋକ ଶେଷ ଦର୍ଶନ କରିବେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶ୍ମଶାନରେ କୋଭିଡ ନିୟମ ଅନୁସାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଶେଷ ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ସଚିବ ଉପସ୍ଥିତ ଅଛନ୍ତି ।
ତେବେ ଗତକାଲି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ସେ କିଛି ଦିନ ପୂର୍ବେ କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ସେଠାରେ ହେଉଥିଲେ ।