ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ତାଣ୍ଡବ ଚାଲିଥିବା ବେଳେ ରିଲିଆନ୍ସ କମ୍ପାନୀ ତା’ର କର୍ମଚାରୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଯଦି କରୋନା ଯୋଗୁଁ କୌଣସି କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ତାଙ୍କର ପରିବାରକୁ ଆଗାମୀ ୫ ବର୍ଷ ଯାଏଁ ଦରମା ମିଳିବ ବୋଲି କମ୍ପାନୀ ଘୋଷଣା କରିଛି । ଏହା ସହ ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଠ ପଢିବା ଖର୍ଚ୍ଚ କମ୍ପାନୀ ସମ୍ପୂର୍ଣ୍ଣ ବହନ କରିବ ।
ଏନେଇ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ତାଙ୍କ ଧର୍ମପତ୍ନୀ ନୀତା ଅମ୍ବାନୀ ରିଲିଆନ୍ସ ଫ୍ୟାମିଲି ସପୋର୍ଟ ଓ ୱେଲଫେୟାର ସ୍କିମର ଘୋଷଣା କରିଛନ୍ତି । ସେହି ଯୋଜନା ଅନୁଯାୟୀ, କରୋନାରେ ମୃତ କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଯାଏଁ ଦରମା ମିଳିବ । ପିଡୀତ ପରିବାରକୁ ଏକ କାଳୀନ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଗ୍ରାଜୁଏସନ୍ ଯାଏ ପଢ଼ିବାର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ।
ମୃତ କର୍ମଚାରୀଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା କର୍ମଚାରୀ କିମ୍ବା ପରିବାରର କେହି କରୋନାରେ ସଂକ୍ରମିତ ହେଲେ ପୁରା ସୁସ୍ଥ ହେବା ଯାଏ ଦରମା ସହିତ ଛୁଟି ଦିଆଯିବ ।