ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆଜି କେରଳ ଉପକୂଳ ଛୁଇଁଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମୌସୁମୀ ବାୟୁ ଆଜି କେରଳ ଛୁଇଁବା ନେଇ ଅନୁମାନ କରିଥିଲା ଆଇଏମଡି । ମୌସୁମୀ ଆଗମନରେ ବିଭିନ୍ନ ସ୍ଥାନରେ ବର୍ଷା ଦେଖାଯାଇଛି ।
ଚଳିତ ବର୍ଷ ଭାରତରେ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ତେବେ ଜୁନରୁ ସେପ୍ଟେମ୍ୱର ମଧ୍ୟରେ ଏହି ବର୍ଷା ହେବ ।ତେବେ ରାଜ୍ୟରେ ଜୁନ ମଧ୍ୟଭାଗରେ ମୌସୁମୀ ବର୍ଷା ଆସିବ । ବର୍ଷା। ଓଡ଼ିଶାରେ ୧୦୬ ପ୍ରତିଶତରୁ ଅଧିକ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଓଡିଶାରେ ବର୍ଷିବ ୧୧୫୦ ମିଲିମିଟର। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।