ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : କରୋନାକୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱରେ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ ପାକିସ୍ତାନ ନିଜର ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛି କରୋନା ଟିକା ‘ପାକ ଭ୍ୟାକ୍’ । ତେବେ ଏହାକୁ ଗତକାଲି ଲଞ୍ଚ କରାଯାଇଛି । ତେବେ ନିଜ ଦେଶରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ଟିକାକରଣ ଅଭିଯାନକୁ ଜାରି ରଖିବା ପାଇଁ ଏହି ଟିକାକୁ ପାକିସ୍ତାନ ଚୀନର ସହାୟତାରେ ବିକଶିତ କରିଛି ।
ଏହି ଟିକା କେତେ ପ୍ରତିଶତ ପ୍ରଭାବଶାଳୀ, ଏହା କେତେ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି ଓ ଏହାର ଫଳାଫଳ କ’ଣ ଆସିଛି ସେ ବିଷୟରେ ଏଯାଏଁ କୌଣସି ତଥ୍ୟ ଦେଇନାହିଁ ।
ଅନ୍ୟପଟେ ଟିକା ପ୍ରସ୍ତୁତ ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନକୁ ପ୍ରଶଂସା କରିଥିଲେ ଓମର ।ଏହାସହ ଆସନ୍ତା ସପ୍ତାହରୁ ପାକିସ୍ତାନରେ ଟିକାକରଣ ଆରମ୍ଭ ହେବ ବୋଲି ଯୋଜନା ମନ୍ତ୍ରୀ ଅସଦ ଓମର କହିଛନ୍ତି । ସେ କହିଛନ୍ତି କି ଜୁଲାଇ ଶେଷ ସପ୍ତାହରେ ବକରୀଦ୍ ପର୍ବ ପଡୁଥିବାରୁ ଏହାକୁ ନଜରରେ ରଖି ଜୁଲାଇ ମାସ ସୁଦ୍ଧା ଦେଶରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି ।