ସନଷ୍ଟାର ଟିଭି ବ୍ୟୁରୋ
ହାଇଦ୍ରାବାଦ୍: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ, ହାଇଦ୍ରାବାଦ୍ ର ଗବେଷକମାନେ ଉଦ୍ଭାବନ କଲେ ବ୍ଲାକ୍ ଫଙ୍ଗସ୍ ବଟିକା । ବ୍ଳାକ୍ ଫଙ୍ଗସ୍ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଆମ୍ଫାଟେରିସିନ୍ ବି ଇଞ୍ଜେକସନ୍ର ବଦଳରେ ଏବେ ଏହି ବଟିକା ବ୍ୟବହାର ହୋଇପାରିବ ।
ଦୀର୍ଘ ୨ ବର୍ଷର ଗବେଷଣା ପରେ ଗବେଷକମାନେ ଏବେ ଏହି ବଟିକାର ବ୍ୟବସାୟିକ ପ୍ରସ୍ତୁତି ପାଇଁ କୌଣସି ଉପଯୁକ୍ତ ଭେଷଜ କମ୍ପାନୀକୁ ସମ୍ପୃକ୍ତ ଜ୍ଞାନକୌଶଳ ପ୍ରଦାନ କରାଯିବ ବୋଲି କହିଛନ୍ତି । ରୋଗୀ ଦେହରେ କୌଣସି ଛୁଞ୍ଚି ନ ଫୋଡ଼ି ଅତି ସହଜରେ ପାଟି ବାଟେ ସେବନ କରିହେବ ।ତେବେ ଏହି ବଟିକାର ୬୦ ମିଲିଗ୍ରାମ ପ୍ରତି ମୂଲ୍ୟ ୨୦୦ ଟଙ୍କା ଭିତରେ ରହିବ ବୋଲି ସେମାନେ ଆଶା ରଖିଛନ୍ତି ।