ସନଷ୍ଟାର ଟିଭି ବ୍ୟୁରୋ
କଟକ: ପ୍ରସିଦ୍ଧ ସାହିତ୍ୟିକ ତଥା କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କୋଭିଡ୍ ସଂକ୍ରମିତ ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । ସୂଚନା ଅନୁଯାୟୀ ୩ରୁ ୪ ଦିନ ହେବ ଜୟନ୍ତ ମହାପାତ୍ରଙ୍କୁ ଥଣ୍ଡା,କାଶ ସହ ଜ୍ୱର ହୋଇଥିଲା । ସେ ତାଙ୍କର କଟକ ତିନିକୋଣିଆ ବଗିଚାସ୍ଥିତ ବାସଭବନରେ ରହିଥିଲେ । ଏହାପରେ ତାଙ୍କୁ ନିୟମିତ ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହିତ ସେ ଯୋଗାଯୋଗ କରିଥିଲେ । ଡାକ୍ତରଖାନାରେ ଭର୍ତି ହେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ବର୍ତ୍ତମାନ ତାଙ୍କୁ ୯୩ ବର୍ଷ ।
ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଷୀ ଲାଲ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ବିଶିଷ୍ଟ କବି ଶ୍ରୀ ଜୟନ୍ତ ମହାପାତ୍ର କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।
ସେହିପରି ଗଣେଶୀ ଲାଲ୍ ମଧ୍ୟ ଟ୍ୱିଟ୍ କରି ଜୟନ୍ତ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Hon’ble Governor is concerned to learn about the hospitalization of eminent poet and litterateur Padmashree Jayant Mohapatra after testing positive for #Covid. He wishes speedy recovery and good health of poet Mohapatra.
— Governor Odisha (@GovernorOdisha) June 1, 2021