ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ପଦର ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ଜଗନ୍ନାଥ ବିଦ୍ୟାଧର ମହାପାତ୍ର । ସିବିଡିଟିର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହେବା ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ରେଭିନ୍ୟୁ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ସିବିଡିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ଶ୍ରୀଯୁକ୍ତ ମହାପାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟର ନିଯୁକ୍ତି କମିଟିରେ ଏନେଇ ନିଷ୍ପତି ନିଆଯିବ ।
ତେବେ ଏହା ପୂର୍ବରୁ ଜେ.ବି ମହାପାତ୍ର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଇନକନ୍ ଟ୍ୟାକ୍ସ ବିଭାଗର ଚିଫ୍ କମିଶନର ଭାବେ କାର୍ଯ୍ୟରତ ଥିଲେ । 1985 ବ୍ୟାଚର ଭାରତୀୟ ରେଭିନ୍ୟୁ ସର୍ଭିସର କର୍ମଚାରୀ ହେଉଛନ୍ତି ଜେ.ବି ମହାପାତ୍ର ।