ସନ୍ଷ୍ଟାର ଟିଭି ବ୍ୟୁରୋ
ଆମେରିକାର ନବନିର୍ବାଚିତ ଜୋ ବାଇଡେନ୍ଙ୍କୁ ରାଷ୍ଟ୍ରପତି ଭାବେ ସ୍ଵୀକୃତି ଦେବାକୁ ପ୍ରସ୍ତୁତ ନାହାନ୍ତି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି । ସେ କହିଛନ୍ତି, ବାଇଡେନ୍ଙ୍କ ବିଜୟକୁ ବିରୋଧୀ ଦଳ ଏ ପର୍ଯ୍ୟନ୍ତ ସ୍ଵୀକାର କରିନାହାନ୍ତି । ଯେତେବେଳେ ପ୍ରାର୍ଥୀଙ୍କ ବିଜୟକୁ ବିରୋଧୀ ଦଳ ସ୍ଵୀକାର କରିବେ କିମ୍ବା ଫଳାଫଳ ଆଇନସମ୍ମତ ଉପାୟରେ ସ୍ପଷ୍ଟ ହେବ ତେବେ ଯାଇ ପୁଟିନ୍ ତାଙ୍କୁ ରାଷ୍ଟ୍ରପତି ସ୍ଵୀକୃତି ଦେବେ । ସୂଚନାଯୋଗ୍ୟ ଯେ, ୨୦୧୬ ଆମେରିକା ନିର୍ବାଚନ ବେଳେ ଟ୍ରମ୍ପ୍ଙ୍କୁ ଜିତାଇବା ପାଇଁ ରୁଷିଆ କାର୍ଯ୍ୟ କରିଥିଲା ବୋଲି ଏହାର ଗୁଇନ୍ଦା ସଂସ୍ଥା ଅଭିଯୋଗ କରିଥିଲା । ବାଇଡେନ୍ କ୍ଷମତାକୁ ଆସିଲେ କଟକଣା ଚାପ, ମାନବାଧିକାରକୁ ନେଇ ସଂଘର୍ଷ ବଢିବା ନେଇ ରୁଷିଆ ଆଷଙ୍କା କରୁଛି ।