ସନଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ଯୁଦ୍ଧରେ ଲଢିବା ପାଇଁ ପ୍ରଥମ ଥର ପାଇଁ ଭାରତକୁ ସାହାଯ୍ୟ କରିଛି ଚୀନ । ଆଜି ଓଡିଶାର ଭୁବନେଶ୍ୱର ବିମାନ ବନ୍ଦରରେ ଚୀନ ପ୍ରେରିତ ଅକ୍ସିଜେନ ସିଲିଣ୍ଡର ପହଞ୍ଚିଛି । ଏନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଖୁବଶୀଘ୍ର ଏହି ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ବିଭିନ୍ନ ମେଡ଼ିକାଲକୁ ପଠାଯିବ । ସେହିପରି ଆବଶ୍ୟକ ସ୍ଥଳ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ । ଚୀନରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା ଦିଗରେ ବେଶ ସହାୟକ ହେବ ।
ତେବେ ଅକ୍ସିଜେନ ଅଭାବରେ ଯେପରି କୌଣସି ରୋଗୀର ମୃତ୍ୟୁ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅସୀତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।
A freighter from China landed in bbsr directly carrying oxy cylinders. A first for the country.A step ahead in dev oxy security.Hon CM has directed no patient shall suffer for want of oxygen in Odisha.@IPR_Odisha @CMO_Odisha @
— chairmanwodc (@chairmanwodc) May 30, 2021