ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୃଢ ମୁକାବିଲା ତଥା ସୁପରିଚାଳନା ପାଇଁ ପ୍ରତିବର୍ଷ ହଜାର ହଜାର ପ୍ରାଣ ବଞ୍ଚିପାରୁଥିବାରୁ ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରାଯାଇଛି । ଏକ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଜାତିସଂଘର ଡିଜାଷ୍ଟର ରିସ୍କ ରିଡକସନ୍ ( UNDRR)ର ମୁଖ୍ୟ ମାମି ମିଜୁତୋରି ପ୍ରାକୃତିକ ବିପର୍ଯ୍ୟୟ ସୁପରିଚାଳନାରେ ଓଡିଶାକୁ ଉଦାହରଣ ଭାବେ ନେବାକୁ କହିଛନ୍ତି । ସେ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ବିପଦକୁ ସାମ୍ନା କରିବା ପାଇଁ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୂର୍ବ ପ୍ରସ୍ତୁତି ଓ ପରିସ୍ଥିତକୁ ଦେଖି ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ଅଧିକ ଗୁରୁତ୍ୱ ଦେବା ସେହି କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି ।
ଏଥି ସହିତ ସେ ଆଉ ମଧ୍ୟ କହିଛନ୍ତି ଯେ, ଓଡିଶା ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ରାଜନୈତିକ ପ୍ରତିବଦ୍ଧତା ପ୍ରଦାନ କରିବା ସହ ୧୯୯୯ରେ ଓଡ଼ିଶାରେ 10 ହଜାର ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ସେହି ପରିସ୍ଥିତି ଆଜିଯାଏଁ ରାଜ୍ୟରେ ପୁନର୍ବାର ସୃଷ୍ଟି ହୋଇନାହିଁ ।
ତେବେ ଏହା ପୂର୍ବରୁ ମଧ୍ୟ ବାତ୍ୟା ଫାଇଲିନ ସମୟରେ ରାଜ୍ୟସରକାରଙ୍କ ସୁପରିଚାଳନା ପାଇଁ UNDRR ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରାଯାଇଥିଲା ।