ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଥର ଓଡିଶାକୁ ଶୀଘ୍ର ଛୁଇଁବାକୁ ଯାଉଛି ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁବା ସହ ଓଡିଶାକୁ ମଧ୍ୟ ଆଗୁଆ ଆସିବ । କେରଳରେ ମେ ୩୦ କିମ୍ବା ୩୧ରେ ମୌସୁମୀ ଛୁଇଁବ । ଅର୍ଥାତ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ କେରଳକୁ ଛୁଇଁବ ମୌସୁମୀ । ତେବେ ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଆଣ୍ଡାମାନ ନିକୋବର ଦୀପରେ ପୂର୍ବ ନିର୍ଦ୍ଧାରିତ ମେ ୨୧ରେ ମୌସୁମୀ ପହଞ୍ଚି ସାରିଛି । ଉତ୍ତର ପଶ୍ଚିମ ଦିଗରେ ଆଗକୁ ମୌସୁମୀ ବଢୁଛି । ମୌସୂମୀ ଏବେ କନ୍ୟାକୁମାରୀ ନିକଟର ଉତ୍ତର କୁମାରୀନ ସାଗର ନିକଟରେ ପହଞ୍ଚି ସାରିଲାଣି । ପାଣିପାଗ ବିଭାଗର ଅନୁମାନ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳ ଉପକୂଳ ଛୁଇଁବ ମୌସୂମୀ ।
ସାଧାରଣତଃ ଜୁନ ମଧ୍ୟଭାଗରେ ଓଡିଶାକୁ ମୌସୁମୀ ଆସିଥାଏ । ତେବେ ଚଳିତ ବର୍ଷ ଚାରି ଦିନ ପୂର୍ବରୁ ଓଡିଶାକୁ ଛୁଇଁବ ମୋସୁମୀ । ଜୁନ ୧୦ରେ ଓଡିଶାକୁ ଆସିବ ମୌସୁମୀ ।