ସନ ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବାତ୍ୟା ୟାସର ପ୍ରଭାବରେ ଓଡ଼ିଶାରେ ହୋଇଥିବା କ୍ଷୟ କ୍ଷତି ର ଆକଳନ କରି ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୋଜିତ ଏକ ବୈଠକରେ ସମୀକ୍ଷା କରି ଏହା ଘୋଷଣା କରିଛନ୍ତି ମୋଦି । ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ୟାସ୍ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ଟଙ୍କାର ସହାୟତା ରାଶି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ କେବଳ ଓଡ଼ିଶାକୁ ୫୦୦ କୋଟି ମିଳିବ । ବାତ୍ୟା ୟାସର ପ୍ରଭାବ ଓଡିଶାରେ ଅଧିକ ପଡିଥିବାରୁ ଓଡ଼ିଶାକୁ ଅଧିକ ସହାୟତା ରାଶି ମିଳିଛି । ସେହିଭଳି ବାକି ୫୦୦ କୋଟି ଉଭୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ଘୋଷଣା କରାଯାଇଛି ।
ସେହିଭଳି ବାତ୍ୟା ପ୍ରଭାବରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।