ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବାତ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ବାତ୍ୟାକୁ ନେଇ ଏରିଏଲ ସର୍ଭେ କରିବେ ମୋଦି । ରାଜ୍ୟରେ ସାମୁଦ୍ରିକ ଝଡ ୟାସ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ନିଜର ତାଣ୍ଡବ ରୂପ ଦେଖାଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବା ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇ ରହିଛନ୍ତି । ଏପରିକି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ବିପଦ ସଙ୍କେତ ଉପରେ ପାଣି ଚାଲୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଜିଲ୍ଲା ବାଲେଶ୍ୱର ଓ ଭଦ୍ରକର ପରିଦର୍ଶନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ତେବେ ଏହି ବୈଠକରେ ସେ କିଛି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।