ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଆବଶ୍ୟକ ମୁତାବକ ଟିକା ପାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆହ୍ୱାନ ଦିଆଯାଇଥିବା ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଆଜି ସନ୍ଧ୍ୟା 5 ଟା ରେ ଗ୍ଲୋବାଲ୍ ଟେଣ୍ଡର ଖୋଲାଯିବା କାର୍ଯ୍ୟକ୍ରମ ରହିଛି । ଏହି ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରୀୟା ମାଧ୍ୟମରେ ପ୍ରାୟ 3 କୋଟି 80 ଲକ୍ଷ ଭ୍ୟାକସିନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଓ 4 ମାସ ଭିତରେ ଭ୍ୟାକସିନ ସପ୍ଲାଇ କରିବା ପାଇଁ ସମୟ ଦିଆଯାଇଛି । 28 ଦିନ ଭିତରେ ପ୍ରି ବିଟ୍ ପାଇଁ ସମୟ ଦିଆଯାଇଛି । ତେବେ ଏହି ପ୍ରକ୍ରୀୟା ମାଧ୍ୟମରେ ଖୁବ୍ ଶୀଘ୍ର ଆବଶ୍ୟକ ମୁତାବକ ଟିକା କିଣି ହେବ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଏହି ଟେଣ୍ଡରର ଅବଧି ୬ ମାସ ରହିଛି । ଯେଉଁ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବ, ସେହି ଟିକା ନିର୍ମାତାମାନେ ଟେଣ୍ଡରରେ ଭାଗ ନେଇପାରିବେ ବୋଲି ପ୍ରଥମେ କୁହାଯାଇଥିଲା । ପରେ ଏହି ସର୍ତ ସହ ଆଉ କିଛି ସର୍ତକୁ କୋହଳ କରିଥିଲେ ସରକାର । ତେବେ ଟେଣ୍ଡର ଖୋଲିଲା ପରେ ଜଣାପଡିବ, ଟିକା ଦେବା ପାଇଁ କେଉଁ କେଉଁ କଂପାନୀ ଆଗ୍ରହ ଦେଖାଇଛନ୍ତି । ଭାରତର ପ୍ରଥମ ରାଜ୍ୟ ଭାବେ ଏହି ଗ୍ଲୋବାଲ ଟେଣ୍ଡର ଖୁବ୍ ଶୀଘ୍ର କରିଛି ଭାରତ । ତେବେ ଏହା ଦ୍ୱାରା ଆବଶ୍ୟକ ମୁତାବକ ଟିକା ମିଳିପାରିବ ।
ଏହି ଟିକାର ଗ୍ଲୋବାଲ୍ ଟେଣ୍ଡର ପାଇଁ ରାଜ୍ୟରେ ଏକ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଟିକାକରଣଠୁ ନେଇ କରୋନାର ଭବିଷ୍ୟତରେ ଆସୁଥିବା ଲହର ବିଷୟରେ ଆଗୁଆ ପଦକ୍ଷେପ ନେବା ପାଇଁ ଏହି କମିଟି ଗଠନ କରାଯାଇଛି । ଡିଏମଇଟି ଏହାର ଆବାହକ ଥିବା ବେଳେ ବହୁ ବଡ ବଡ ବୈଜ୍ଞାନିକ ଏହାର ସଦସ୍ୟ ଅଛନ୍ତି ।