ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ନିତାନ୍ତ ଆବଶ୍ୟକ । ଏଥିସହିତ ରକ୍ତରେ ଅମ୍ଳଜାନ ସ୍ତର ମଧ୍ୟ ସଠିକ ରଖିବା ଆବଶ୍ୟକ ଅଟେ । ସେଥିପାଇଁ ପ୍ରତିଦିନ ବ୍ୟାୟାମ କରିବା ସହିତ ଖାଦ୍ୟରେ ଏହି ସବୁ ଫଳ ସାମିଲ କରିବା ଉଚିତ୍ ।
ସପୁରୀ ଓ ନାସପାତି
ନାସପାତି ଏବଂ ସପୁରୀ ଖାଇବା ଦ୍ଵାରା ରକ୍ତରେ ଅମ୍ଳଜାନ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ। ନାସପାତିରେ ଭିଟାମିନ୍ ସି, ଭିଟାମିନ୍ କେ, ପୋଟାସିୟମ୍, ପ୍ରୋଟିନ୍, ଫାଇବର ଏବଂ ତମ୍ବା ପରି ପୋଷକ ତତ୍ତ୍ୱ ଥିବାବେଳେ ସପୁରୀରେ ଭିଟାମିନ୍ ବି, ଫୋଲେଟ୍, ଥିଏମାଇନ୍, ପ୍ୟାଣ୍ଟୋଥେନିକ୍ ଏସିଡ୍, ବ୍ରୋମେଲାଇନ୍, ନିୟାସିନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଅମ୍ଳଜାନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ।
ବ୍ଲୁବେରି ଏବଂ ଷ୍ଟ୍ରବେରି-
ବ୍ଲୁବେରିରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ମାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ସୋଡିୟମ୍, ଜିଙ୍କ, ଭିଟାମିନ୍ ଇ, ସି, ବି ୬ ଏବଂ ଥାଇମିନ୍ ପରି ଅନେକ ପୋଷକ ତତ୍ତ୍ୱ ଭରପୂର ରହିଛି । ଯାହା ରକ୍ତରେ ଅମ୍ଳଜାନ ସ୍ତର ବଜାୟ ରଖିଥାଏ । ଓ ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ସେହିପରି ଷ୍ଟ୍ରବେରିରେ ମଧ୍ୟ ରାଇବୋଫ୍ଲାଭିନ, ନିୟାସିନ୍, ଭିଟାମିନ୍ ବି ୬, ଫୋଲେଟ୍, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍ ଏବଂ ଜିଙ୍କ ଭଳି ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ । ଅମ୍ଳଜାନ ବୃଦ୍ଧି ଏବଂ ରକ୍ତରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ ।
ଅମୃତଭଣ୍ଡା ଏବଂ ଆମ୍ବ-
ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏଥିରେ ଥିବା ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଭିଟାମିନ୍ ଏ, ବି, ସି, ଫାଇବର ଏବଂ କ୍ୟାଲସିୟମ୍ ପରି ପୁଷ୍ଟିକର ଖାଦ୍ୟ ରକ୍ତରେ ଅମ୍ଳଜାନର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ସେହିପରି ଆମ୍ବ ଖାଇବା ଦ୍ଵାରା ରକ୍ତରେ ଅମ୍ଳଜାନର ସ୍ତର ବଢାଇବା ପାଇଁ ଲାଭଦାୟକ ହୋଇଥାଏ। ଏହା ସହିତ ଆମ୍ବରେ ଥିବା ପୋଷକ ତତ୍ତ୍ୱ ଭିଟାମିନ୍ ସି, ଥାଏମିନ୍, ରାଇବୋଫ୍ଲୋବିନ, ନିୟାସିନ୍, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ସୋଡିୟମ୍ ଏବଂ ଜିଙ୍କ ଏବଂ ଅନ୍ୟାନ୍ୟ ଲାଭ ମିଳିଥାଏ ।
କିୱି ଏବଂ ତରଭୁଜ-
ରକ୍ତରେ ଅମ୍ଳଜାନ ସ୍ତର ସଠୀକ ରଖିବା ପାଇଁ କିୱି ବେଶ୍ ଉପକାରୀ । ଏଥିରେ କ୍ୟାଲସିୟମ, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, ଜିଙ୍କ, ତମ୍ବା, ସେଲେନିୟମ୍ ଏବଂ ପ୍ରୋଟିନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ରକ୍ତରେ ଅମ୍ଳଜାନ ବୃଦ୍ଧି କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଅପର ପକ୍ଷରେ, ତରଭୁଜରେ ଭିଟାମିନ୍ ସି, ଭିଟାମିନ୍ ଏ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି ୧, ଭିଟାମିନ୍ ବି ୫, ଭିଟାମିନ୍ ବି ୬ ଭଳି ପୋଷକ ତତ୍ତ୍ୱର ଉପସ୍ଥିତି ରକ୍ତ ଅମ୍ଳଜାନ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।