ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ମହାମାରୀ ଯୋଗୁ ବେଶ୍ ପ୍ରଭାବିତ ହୋଇଛି । ଏହି ମହାମାରୀକୁ ସାରା ବିଶ୍ୱ ଚିନ୍ତାରେ ରହିଛି । ତେବେ ଏହାର ଉତ୍ପତ୍ତିକୁ ନେଇ ଚୀନକୁ ଦାୟୀ କରାଯାଉଥିଲେ ମଧ୍ୟ ଏହାର ସଠୀକତା ସମ୍ୱନ୍ଧରେ ଆଜି ଯାଏଁ କେହି ମତ ଦେଇନାହାନ୍ତି । ତେବେ ଏହାର ଉତ୍ପତ୍ତି ଇତିହାସ ଉପରୁ ପରଦା ଉଠାଇବାକୁ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କରୋନାର ଉତ୍ପତି ଉତ୍ପତିସ୍ଥଳକୁ ବିଶ୍ଳେଷଣ କରିବା ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ଇଂଟିଲିଜେନ୍ସ ସଂସ୍ଥାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କରୋନା ପଶୁଙ୍କ ଦେହରୁ ନା ଉହାନ ଲ୍ୟାବରେ ପ୍ରସ୍ତୁତ ହୋଇଥିଲା ତାହାର ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ।
ବାଇଡେନ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକୁ କୋଭିଡ୍ 19 ର ଉତ୍ପତ୍ତି ବିଶ୍ଳେଷଣ କରିବା ପାଇଁ ପ୍ରୟାସକୁ ଦୁଇଗୁଣ କରିବାକୁ କହିଛନ୍ତି । ଏହା ମାନବ-ପଶୁ ଯୋଗାଯୋଗରୁ କିମ୍ବା ଲାବୋରେଟୋରୀ ଦୁର୍ଘଟଣା ମାଧ୍ୟମରେ ହୋଇଛି ତାହା ଉପେର ତଥ୍ୟ ପ୍ରଦାନ କରିବାକୁ ସେ କହିଛନ୍ତି ।