ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ଆହୁରୀ ତୀବ୍ରତର କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ବିନା ଟ୍ରାଏଲରେ ଭାରତରେ ବ୍ୟବହାର କରାଯିବ କରୋନା ଟିକା । ବିଦେଶୀ ଟିକା ଗୁଡିକର ଟ୍ରାଏଲ ନକରାଯାଇ ଏହା ଲୋକମାନଙ୍କୁ ଦିଆଯିବ । ଫଳରେ ବିଦେଶୀରୁ ଟିକା ଆମଦାନୀ ବୃଦ୍ଧି ପାଇବା ସହିତ ଟିକାକରଣ ମଧ୍ୟ ଶୀଘ୍ର ହେବ । ଫାଇଜର, ଜନସନ ଆଣ୍ଡ ଜନସନ ଓ ମଡନା ଭଳି ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ କରାଯିବ ନାହିଁ ।
ତେବେ ଭାରତରେ ବର୍ତ୍ତମାନ କରୋନା ପାଇଁ ତିନୋଟି ଟିକା ଦିଆଯାଉଛି । ଭାରତ ବିଦେଶୀ ଟିକା ଭାବେ କେବଳ ଋଷର ସ୍ପୁଟନିକ ଭି କୁ ସ୍ୱୀକୃତି ଦେଇଥିବା ବେଳେ ଅନ୍ୟ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସ୍ୱଦେଶୀ ଟିକା ଅଟନ୍ତି ।