ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପତଞ୍ଜଳୀ କମ୍ପାନୀର ପ୍ରତିଷ୍ଠାତା ତଥା ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ରୁଜୁ ହୋଇପାରେ ଦେଶଦ୍ରୋହ ମାମଲା । କିଛି ଦିନ ତଳେ ଏଲୋପାଥି ଓ ଏଲୋପାଥିକ୍ ଡାକ୍ତରଙ୍କ ଉପରେ ଦେଇଥିବା କଟୁ ମନ୍ତବ୍ୟକୁ ନେଇ ଅଡୁଆରେ ଫସିଲେ ବାବା ରାମଦେବ । ଏଲୋପାଥି ଓ ଏଲୋପାଥିକ୍ ଡାକ୍ତରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଦେଇଥିବାରୁ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୂଚନା ଦେଇଛି ।
ରାମଦେବ ବାବା ନିଜର ଗୋଟିଏ ବାର୍ତ୍ତାରେ କୋଭିଡ୍ 19 ଟିକାକରଣକୁ ଭୁଲ୍ ତଥ୍ୟ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ପ୍ରାୟ 10 ହଜାର ଡାକ୍ତର ଓ ଅନେକ ଲୋକ ଟିକାର ଦୁଇଟି ଡୋଜ୍ ନେବା ପରେ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଏପରି ଭୁଲ୍ ବିଭ୍ରାନ୍ତକାରୀ ତଥ୍ୟ ଦେଇ ଏଲୋପାଥି ଚିକିତ୍ସା ବିଷୟରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାରୁ ଓ ଡାକ୍ତରଙ୍କୁ ଅପମାନିତ କରୁଥିବାରୁ ରାମଦେବଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମେଡିକାଲ ଏସୋସିଏସନ ଦାବି କରିଛନ୍ତି । ଏଥିସହିତ ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି ଯେ ଟୀକାକରଣରେ ଭୟର ବାର୍ତ୍ତା ପ୍ରଚାର କରୁଥିବା ତଥା ସେମାନଙ୍କ କମ୍ପାନୀ ଉତ୍ପାଦ ପ୍ରତି ସେମାନଙ୍କର ସ୍ୱାର୍ଥ ପାଇଁ ଚିକିତ୍ସା ପାଇଁ ଭାରତ ସରକାର ପ୍ରୋଟୋକଲକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନିଆଯାଉ ।ଏଭଳି ବ୍ୟକ୍ତି ବିରୋଧରେ ଦେଶଦ୍ରୋହୀ ମାମଲା ସହ ମାନହାନୀ ମାମଲା ରୁଜୁ କରିବା କରି 1 ହଜାର କୋଟି କ୍ଷତିପୂରଣ ଦାବି କରିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ।