ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଲଢେଇରେ ଏକ ନୂଆ ଅସ୍ତ୍ର ସାମିଲ ହୋଇଛି । କରୋନାକୁ ମାତ୍ ଦେବାକୁ ମୋନୋକ୍ଲୋନଲ୍ ଆଣ୍ଟିବଡି ଅର୍ଥାତ୍ କକଟେଲ୍ ଡ୍ରଗ୍ସ ଏବେ ଭାରତରେ ବ୍ୟବହାର କରାଯିବ । ସ୍ୱିଜରଲ୍ୟାଣ୍ଡର ଔଷଧ କମ୍ପାନୀ ଓ ସିପ୍ଲା କମ୍ପାନୀ ମିଳିତ ଭାବେ ଭାରତରେ ଏହାର ଶୁଭାରମ୍ଭ କରିଥିଲେ ।
ତେବେ ଏହି କାର୍ଗର ମୋନୋକ୍ଲୋନଲ୍ ଆଣ୍ଟିବଡି କରୋନା ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଏହି ଔଷଧ ପ୍ରାୟ 70 ପ୍ରତିଶତ ଯାଏ କରୋନା ରୋଗୀଙ୍କ ଶରୀରରେ କାର୍ଯ୍ୟ କରିଥାଏ । କରୋନା ରୋଗୀ ହୋମ ଆଇସୋଲେସନରେ ରହି ଏହାର ସେବନ କଲେ ଭଲ ହେବାର ସମ୍ଭାବନା ଅଧିକ ରହିଛି । ଏହି ଔଷଧ ବ୍ୟବହାର ଦ୍ୱାରା କରୋନା ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ବହୁ ମାତ୍ରାରେ ହ୍ରାସ ପାଇବ ।