ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ 5 ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର । ଏହି 5 ଜଣ ଅଧିକାରୀ 5 ଜିଲ୍ଲାର ସ୍ଥିତି ସମୀକ୍ଷା କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ତେବେ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ୱରେ ବରିଷ୍ଠ ଆଇଏଏସ୍ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲାରେ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲାରେ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲାରେ ବିଶାଲ ଦେବ ଏବଂ ମୟୁରଭଞ୍ଜ ଜିଲ୍ଲାରେ ସୁରେଶ ବଶିଷ୍ଠ ବାତ୍ୟା ପରିସ୍ଥିତିର ତଦାରଖ କରିବେ ।