ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷା, ଜେଇଇ ମେନ୍, ନିଟ୍, ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ନେଇ ବଡ ଘୋଷଣା ହେବ । ଆଜି ଦିନ ସାଢ଼େ ୧୧ଟା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ, କେନ୍ଦ୍ର ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି, କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର, କେନ୍ଦ୍ର ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଯୋଗ ଦେବେ ।
ଏଥିରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦ୍ୱାଦଶ ସମେତ, ଜେଇଇ ମେନ୍, ନିଟ୍ ଓ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ସମ୍ପର୍କିତ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶାନୁସାରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର୍ ସମ୍ପର୍କିତ ବ୍ୟାପକ ନିଷ୍ପତ୍ତି ନେବା ସମୟରେ ସମସ୍ତ ରାଜ୍ୟ ସହ ପରାମର୍ଶ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କ ସୂଚନା ଦେଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
 
I would be attending a high-level virtual meeting chaired by the Minister of Defence Shri @rajnathsingh Ji to discuss the upcoming boards and professional course entrance examinations. pic.twitter.com/oVluatSt5c
— Dr. Ramesh Pokhriyal Nishank (@DrRPNishank) May 22, 2021
;