ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶର କରୋନା ପରିସ୍ଥିତିକୁ ଦୃଷ୍ଟିରେ ଭାରତ ଓ ପାକିସ୍ତାନରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନଗୁଡ଼ିକ ଉପରେ କାନଡା ସରକାର ଜାରି କରିଥିବା ନିଷେଧାଜ୍ଞାକୁ ପୁଣି ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଗତକାଲି ଏ ନେଇ କାନାଡ଼ାର ପରିବହନ ମନ୍ତ୍ରୀ ଓମାର ଅଲ୍ଘାବ୍ରା ସୂଚନା ଦେଇଛନ୍ତି । ସେ ଆଉ ମଧ୍ଯ କହିଛନ୍ତି ଯେ, କରୋନା ବିରୋଧୀ ସଂଘର୍ଷର ଅଂଶ ଭାବେ ବିମାନ ଆଗମନ ଉପରେ ନିଷେଧାଦେଶ ଜାରି କରାଯାଇଛି । ଭାରତରେ ସଂକ୍ରମଣ ସଂଖ୍ୟା ହଠାତ୍ ବୃଦ୍ଧି ପାଇବା କାରଣରୁ ଏପ୍ରିଲ୍ ୨୨ ତାରିଖ ଦିନ ଓଟାୱା ପ୍ରଥମେ ଭାରତୀୟ ବିମାନ ଆଗମନ ଉପରେ ନିଷେଧାଦେଶ ଜାରି କରିଥିଲା । ସେବେଠାରୁ କାନଡାକୁ ଆସୁଥିବା ବିମାନଯାତ୍ରୀମାନଙ୍କ ମଧ୍ୟରେ ସଂକ୍ରମଣ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।
ତେବେ ମାଲବାହୀ ବିମାନ ଉପରେ କୌଣସି ନିଷେଧାଜ୍ଞା ଜାରି କରାଯାଇନାହିଁ ।