ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରୁ ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୩୦ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ। ଖୋର୍ଦ୍ଧା ଏବଂ କୋରାପୁଟ ଜିଲାରୁ ସର୍ବାଧିକ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟ ଘଟିଥିବା ବେଳେ ନୂଆପଡ଼ା, ରାୟଗଡ଼ା ଏବଂ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଳାହାଣ୍ଡିରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ ଏବଂ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୮,୪୨୨ରେ ପହଞ୍ଚିଥିବା ବେଳେ ୫,୫୬,୫୦୧ ଜଣ ସୁସ୍ଥ ହୋଇଛନ୍ତି। ୧,୦୯,୪୩୮ ଜଣ ଚିକିତ୍ସିତ ହେଉଛନ୍ତି। ୨୪୩୦ ଜଣଙ୍କ ମୃତ୍ୟୁ ଘଟିଛି।