ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରର ଅନ୍ତ ହେବାକୁ ଯାଉଛି । ଜୁଲାଇ ମାସ ମଧ୍ୟରେ ଏହି ଲହର ଶେଷ ହେବା ସହ 6 ରୁ 8 ମାସ ପରେ ପୁଣି ତୃତୀୟ ଲହର ଆରମ୍ଭ ହେବାର ସମ୍ଭାବନା ରହିଛି । ତେବେ ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟର ବିଜ୍ଞାନ ଓ ପ୍ରଦ୍ୟୌଗିକୀ ବିଭାଗର ତିନି ଜଣ ବୈଜ୍ଞାନିକ ଏପରି ଆକଳନ କରିଛନ୍ତି ।
ତେବେ SUTRA ମଡେଲର ଉପଯୋଗ କରି ବୈଜ୍ଞାନିକମାନେ ଏହି ଭବିଷ୍ୟବାଣୀ କରିଛନ୍ତି । ତେବେ ସେ ଆଉ ମଧଅୟ କହିଛନ୍ତି ଯେ, ମେ ମାସର ଶେଷ ଶୁଦ୍ଧା ପ୍ରତିଦିନ ପାଖାପାଖି 1.5 ଲକ୍ଷ ସଂକ୍ରମଣ ବାହାରିବେ ଏବଂ ଜୁନ ମାସର ଶେଷ ଶୁଦ୍ଧା ଏହା ହ୍ରାସ ପାଇ ପ୍ରତ୍ୟେକ ଦିନ 20 ହଜାର ସଂକ୍ରମଣ ଦେଖାଦେବେ । ଜୁଲାଇ ଶୁଦ୍ଧା ଶେଷ ଦ୍ୱିତୀୟ ଲହର ଶେଷ ହୋଇପାରେ ।
ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି ଯେ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, କେରଳ, ଉତ୍ତରାଖଣ୍ଡ, ଗୁଜୁରାଟ, ହରିୟାଣା, ଦିଲ୍ଲୀରେ କରୋନା ପିକକୁ ଛୁଇଁ ସାରିଛି । ତାମିଲନାଡୁରେ 29 ରୁ 31 ମେ ମଧ୍ୟରେ ଓ ପୁଡୁଚେରୀରେ 19 ରୁ 20 ମେ ମଧ୍ୟରେ କରୋନା ପିକ୍ ଛୁଇଁପାରେ ।
ଦ୍ୱିତୀୟ ଲହର କମିବା ପରେ 6 ରୁ 8 ମାସ ମଧ୍ୟରେ ତୃତୀୟ ଲହର ଆରମ୍ଭ ହୋଇପାରେ ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି । ତେବେ ଏହି ଲହର ସ୍ଥାନୀୟକୃତ ହେବ ବୋଲି ସେ କହିଛନ୍ତି । ତେବେ ଏହାର ପ୍ରଭାବ ଅଧିକ ରହିବ ନାହିଁ କାରଣ ସେତେବେଳକୁ ଟିକାକରଣ ହୋଇଯାଇଥିବ ।