ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଓଲିଉଡର ସୁପରଷ୍ଟାର ବାବୁସାନ୍ ପୁଣି ସୁଟିଂ ସେଟରେ ନଜର ଆସିଛନ୍ତି । କରୋନା ମହାମାରୀ ପାଇଁ ସୁଟିଂ ବନ୍ଦ ହୋଇଯାଇଥିବାରୁ ବହୁ କଳାକାରଙ୍କୁ ଘରେ ବସିବାକୁ ପଡିଥିଲା ।
ଦୁର୍ଗା ପୂଜା ପୂର୍ବରୁ ଜୟପୁରରେ ଜାତୀୟ ବିଜ୍ଞାପନ ପାଇଁ ବାବୁସାନ ସୁଟିଂ କରିଥିଲେ ।ସୂଚନାଯୋଗ୍ୟ, ବାବୁସାନ୍ ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିଦ୍ୟାରାଣ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ବାବୁସାନ୍ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ଶିବାନୀ। ‘ବିଦ୍ୟାରାଣ’ରେ ଦ୍ବିତୀୟ ଥର ଲାଗି ପରଦାକୁ ଆସୁଛନ୍ତି ବାବୁସାନ୍-ଶିବାନୀ। ‘ସିଷ୍ଟର ଶ୍ରୀଦେବୀ’ ଫିଲ୍ମରେ ଏହି ଦୁହିଁଙ୍କ ଯୋଡିକୁ ଖୁବ୍ ପ୍ରଶଂସା କରିଥିଲେ ଦର୍ଶକ । ଏଥିରେ ବାବୁସାନ୍-ଶିବାନୀଙ୍କ ବ୍ୟତୀତ ମିହିର ଦାସ, ବବି ମିଶ୍ର, ପୀୟୂଷ ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।
ବିଦ୍ୟାରାଣ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵ ଜ୍ୟୋତି ଦାସ ଉଠାଇଥିବା ବେଳେ ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ନିରଞ୍ଜନ ନାୟକ ଏବଂ ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଛନ୍ତି।
ଜ୍ୟୋତି ଦାସ ଆଗରୁ ‘ତୋ’ ବିନା ଭଲ ଲାଗେନା’, ‘ଶୁଭବିବାହ’, ‘ଗୁଡ ବୟ’ ଏବଂ ‘ଇଶ୍କ ପୁଣି ଥରେ’ ଆଦି ସିନେମାର ନିର୍ଦେଶନା ଦେଇସାରିଛନ୍ତି। ‘ବିଦ୍ୟାରାଣ’ ଫିଲ୍ମର ଶୁଭମୁକ୍ତି ଅପେକ୍ଷାରେ ଦର୍ଶକ ।