ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗୁଜୁରାଟ ପରେ ଓଡିଶାକୁ ଆସୁଛି ବିପଦ । ଓଡିଶାକୁ ଆସିପାରେ ବାତ୍ୟା । ଆରବ ସାଗରରେ ସୃଷ୍ଟ ବାତ୍ୟା ତାଉତେ ଗୁଜୁରାଟରେ ତାଣ୍ଡବ ରଚିଥିବା ବେଳେ ଏବେ ଆଉ ଏକ ବାତ୍ୟା ଆସିବାକୁ ଯାଉଛି । ଏନେଇ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ମେ ୨୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ନେଇ ସେ ସଂକେତ ଦେଇଛନ୍ତି । ଏଥି ସହିତ ସେ ତାଉତେର ସଠିକ ଆକଳନ ପାଇଁ ଭାରତୀୟ ପାଣିପାଗ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, । ତାଉତେ ରେ ସ୍ଥିତି, ଏହାର ଗତି ସହ ଲ୍ୟାଣ୍ଡଫଲ ସ୍ଥାନ ଓ ସମୟ ବାବଦରେ ସଠିକ ଆକଳନ କରୁଥିବାରୁ ଆଇଏମଡିକୁ ଧନ୍ୟବାଦ ଜଣାଉଛି ।
Hearty Congrats to @Indiametdept for a perfect forecast of Tauktae, its track & landfall location, time & intensity
Very proud of @Indiametdept ably supported by @iitmpune @ncmrwfmoes & @ESSO_INCOIS
Early indication of another system over Bay of Bengal around 23 May! Watch. pic.twitter.com/Hoo8n1f5JR
— Madhavan Rajeevan (@rajeevan61) May 18, 2021