ସନଷ୍ଟାର ଟିଭି ବ୍ୟୁରୋ
ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ଉଚ୍ଚ ରକ୍ତଚାପ ସ୍ଵାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । ଉଚ୍ଚ ରକ୍ତଚାପ ଏକ ଗୁରୁତର ଚିକିତ୍ସା ଅବସ୍ଥା ଯାହା ହୃତପିଣ୍ଡ, ମସ୍ତିଷ୍କ ଏବଂ ଅନ୍ୟାନ୍ୟ ରୋଗର ବିପଦକୁ ବୃଦ୍ଧି କରାଇଥାଏ । ତେବେ ଏହାକୁ ନିୟନ୍ତ୍ରଣ କରିବା ନିତାହି ଆବଶ୍ୟକ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦୈନିକ ଶାରୀରିକ ପରିଶ୍ରମ କରିବା କରିବା ଉଚିତ୍ । ଏଥି ସହିତ ସନ୍ତୁଳିତ ଆହାର ଗ୍ରହଣ କରିବା ଉଚିତ୍ । ଯେପରି ଚର୍ବିଜାତୀୟ ଖାଦ୍ୟ ଓ ଲୁଣ କମ୍ ଖାଇବା ଉଚିତ୍ । ଲୁଣି ଖାଦ୍ୟ ଶୁଖୁଆ ଆଦି ଖାଆନ୍ତୁ ନାହିଁ ।
ସେହିପରି ପନିପରିବା, ଫଳମୂଳ ଅଧିକ ପରିମାଣରେ ଖାଇବା ଉଚିତ୍ । ବାହାର ଖାଦ୍ୟ ନ ଖାଇ ଘର ତିଆରି ଖାଦ୍ୟ ଖାଆନ୍ତୁ । ଶାଗ ଖାଆନ୍ତୁ । ଯଥେଷ୍ଟ ପାଣି ପିଇବା ଦରକାର । ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରହିବା ସହ ନିୟମିତ ନିଜର ରକ୍ତଚାପ ପରୀକ୍ଷା କରାଇବା ଉଚିତ୍ ।