ସନଷ୍ଟାର ଟିଭି ବ୍ୟୁରୋ
ଗୁଜୁରାଟ: ଆରବ ସାଗରରେ ସୃଷ୍ଟ ବାତ୍ୟା ତାଉତେ ଏକ୍ସଟ୍ରେମଲି ସିଭିୟର ସାଇକ୍ଲୋନିକରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମୁହାଁଇଛି । ଯାହାର ପ୍ରଭାବରେ କେରଳ,ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଲଗାଣ ବର୍ଷା ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗି ପଡୁଛି । ତେବେ ବାତ୍ୟା ନ ହେଉଣୁ ପ୍ରବଳ ବର୍ଷା ଏଯାଏଁ ମହାରାଷ୍ଟ୍ର ଜଳଗାଁରେ ଗଛ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୋଆରେ ବି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲୋକମାନଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ବାତ୍ୟାର ସ୍ଥିତିକୁ ଦେଖି ଅପରାହ୍ଣ ଚାରିଟା ଯାଏଁ ମୁମ୍ୱାଇ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି ।
ତେବେ ଆସନ୍ତା କାଲି ଆଜି ରାତି ୮ଟାରୁ ୧୧ଟା ଭିତରେ ସ୍ଥଳ ଭାଗରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ତାଉତେ । ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ତାଉତେ ଆଜି ରାତିରେ ଗୁଜରାଟ ପୋରବନ୍ଦର-ମହୁଆରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।