ସନଷ୍ଟାର ଟିଭି ବ୍ୟୁରୋ
source- ANI
ନୂଆଦିଲ୍ଲୀ: କରୋନା ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହେବାକୁ ବଜାରକୁ ଆସିଲା ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ଔଷଧ 2DG । ଏହି ଶୁଭାରମ୍ଭ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଔଷଧକୁ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ପ୍ରଦାନ କରିଥିଲା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ୍ ଚିକିତ୍ସାରେ ବ୍ୟବହାର କରିବା ପାଇଁ ଏହାକୁ ଦିଲ୍ଲୀ AIIMS ନିର୍ଦ୍ଦେଶକ ଡଃ. ରଣଦୀପ୍ ଗୁଲେରୀଆଙ୍କୁ ପ୍ରଦାନ କରିଥିଲେ ।
ତେବେ ଏହି ଅବସରର୍ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଆଣ୍ଟି କୋଭିଡ୍ ମେଡିସିନ କୋଭିଡ୍ ବିରୁଦ୍ଧ ଯୁଦ୍ଧରେ ବେଶ୍ ସହାୟକ ହେବ । ଏହି ମେଡିସିନରେ ଅକ୍ସିଜେନ ସ୍ତରକୁ ସଠିକ ରଖିବା ସହ କୋଭିଡ୍ ଆକ୍ରାନ୍ତଙ୍କୁ କମ ସମୟ ମଧ୍ୟରେ ସୁସ୍ଥ କରିବ । କୋଭିଡ୍ ମହାମାରୀ ବିରୁଦ୍ଧ ଲଢେଇରେ ଆଗାମୀ ଦିନରେ ଏହା କେବଳ ଭାରତକୁ ନୁହେଁ ସାରା ବିଶ୍ୱକୁ ସାହାଯ୍ୟ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
source- ANI
ତେବେ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ପ୍ୟାକେଟ ମେଡିସିନ୍ ଛଡ଼ାଯାଇଛି । ଆଗାମୀ ସମୟରେ ଔଷଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଡିଆରଡିଓ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଡିଆରଡିଓ ଓ ଡକ୍ଟର ରେଡ୍ଡି ଲ୍ୟାବ୍ ପକ୍ଷରୁ ମିଳିତ ଭାବେ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ଡିଆରଡିଓର ବୈଜ୍ଞାନିକ ଡକ୍ଟର ଅନନ୍ତ ନାରାୟଣ ଭଟ୍ଟଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଔଷଧ ବାହାର କରିଛନ୍ତି । ସକେଟରେ ଆସୁଥିବା ପାଉଡର ଆକାରରେ ଏହି ଔଷଧକୁ ପାଣିରେ ଗୋଳାଇ ପିଇ ହେବ ।