ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ସମସ୍ତ କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ସେହି ଗାଇଡଲାଇନ ଅନୁସାରେ, ସମସ୍ତ କୋଭିଡ୍ ହସ୍ପିଟାଲ୍ ଓ କେୟାର ସେଣ୍ଟରରେ ୨୪×୭ ହେଲପ୍ ଡେସ୍କ୍ କାର୍ଯ୍ୟକ୍ଷମ ହେବ । କୋଭିଡ୍ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସେମାନଙ୍କ ସମ୍ପର୍କୀୟଙ୍କୁ ତଥ୍ୟ ପ୍ରଦାନ କରାଯିବ । ରୋଗୀଙ୍କ ନିକଟତମଙ୍କୁ ହ୍ବାଟସ ଆପ କିମ୍ବା ଏସ୍ଏମ୍ଏସ୍ ଜରିଆରେ ତଥ୍ୟ ଦିଆଯିବ । ଏଥିପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନିୟୋଜିତ କରାଯିବ ।
ଏଥିସହିତ ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ନିକଟରେ ସିସିଟଭି କ୍ୟାମେରା ଓ ଟିଭି ସଂଯୁକ୍ତ କରାଯିବ ଓ ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା ସୁବିଧା ପ୍ରଦାନ କରାଯିବ । ହ୍ବାଟସ୍ଆପ ମାଧ୍ୟମରେ ମଧ୍ୟ ସମ୍ପର୍କୀୟଙ୍କୁ ଭଏସ୍ ମେସେଜ୍ ବା ଫଟୋ ପ୍ରଦାନ କରିବା ପାଇଁ ମଧ୍ୟ ସୁବିଧା ପ୍ରଦାନ କରାଯିବ ।