ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ତିଷ୍ଠି ପାରିଲାନି ବିବାହ । ୨୦୧୮ ରୁ ହୋଇଛି ବିଚ୍ଛେଦ । ବବି ମିଶ୍ର ଏବଂ କୋଏଲ ବାନାର୍ଜୀଙ୍କ ବିବାହ ବିଚ୍ଛେଦ ହୋଇଥିବା ଖୁଲାସା କଲେ କୋଏଲ । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଜଣାଇଇଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ ।
ଇନଷ୍ଟାଗ୍ରାମରେ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବିବାହ ବିଚ୍ଛେଦ ବିଷୟରେ ଲେଖିଛନ୍ତି କୋଏଲ । ପଶ୍ଚିମବଙ୍ଗର ହୋଇଥିଲେ ହେଁ ଓଲିଉଡ୍ରେ ତାଙ୍କର ଖ୍ୟାତି ରହିଛି । ଅଭିନେତା ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ୨୦୧୩ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ ୨୦୧୮ରୁ ଉଭୟ ପରସ୍ପର ଠାରୁ ଅଲଗା ରହୁଥିବା ସ୍ପଷ୍ଟ କରିଛନ୍ତି କୋଏଲ ।
କୋଏଲ ଇନ୍ଷ୍ଟାଗ୍ରାମରେ କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଜଣାଇବାକୁ ଚାହେଁ । ବିବାହ ତିଷ୍ଠି ପାରିଲା ନାହିଁ । ଆମେ ଆଇନଗତ ଭାବେ ଅଲଗା ରହୁଛୁ । ଓଡ଼ିଆ ଲୋକମାନେ ବହୁତ ଭଲପାଇବା ଦେଇଛନ୍ତି । ସେଠାରେ ଜୀବନର ବହୁତ କିଛି ପାଇଛି । ଏଣୁ ଏସବୁ ବିଷୟରେ ଜଣାଇବା ମୋର କର୍ତ୍ତବ୍ୟ ବୋଲି ମନେକଲି । ବର୍ତ୍ତମାନ ମୋର ରାସ୍ତା ଅଲଗା ଏବଂ ଆଗକୁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବି ବୋଲି ଆଶା କରୁଛି ।